ପ୍ରମୂଖ ଖବର
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଆରଆଇ, ଏଆରଆଇ, ଅମିନ ପ୍ରିଲିମ୍ ପରୀକ୍ଷା ବାତିଲ୍

Published By : Gurupada Nath | July 30, 2025 9:06 PM

ଭୁବନେଶ୍ଵର,୩୦/୭ : ଓଟିଇଟି ପ୍ରଶ୍ନପତ୍ର ଲିକ୍ କାରଣରୁ ପରୀକ୍ଷା ବାତିଲ ହେବା ଖବର ମଧ୍ୟରେ ସରକାରୀ ଚାକିରି ପାଇଁ ଆଶା ବାନ୍ଧି ବସିଥିବା ଆଶାୟୀଙ୍କ ପାଇଁ ଆସିଛି ନିରାଶ ଖବର। ଆରଆଇ, ଏଆରଆଇ ଓ ଅମିନ ପ୍ରିଲିମ୍ ପରୀକ୍ଷା ବାତିଲ୍ କରିଛନ୍ତି OSSSC । ଏ ନେଇ ବୁଧବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।

ସୂଚନା ଅନୁଯାୟୀ, ଅଗଷ୍ଟ ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍ ପରୀକ୍ଷା ବି ବାତିଲ୍ କରାଯାଇଛି। ଏହା ପରେ ୧୪ ଦିନ ଭିତରେ ପୁନଃ ପରୀକ୍ଷା ପାଇଁ କମିଶନ ବିଜ୍ଞପ୍ତି ପ୍ରକାଶ କରିବେ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପାଇଁ ଆଉ ସାନି ଆବେଦନ କରିବାକୁ ପଡ଼ିବନି। ସମସ୍ତଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିବ। 

ପ୍ରିଲିମ୍‌ରେ ତ୍ରୁଟି ଅଭିଯୋଗ ମିଳିବା ପରେ ସମସ୍ତଙ୍କୁ ପାସ୍ କରାଇ ଦିଆଯାଇଥିଲା।  ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମର ଉଲ୍ଲଙ୍ଘନ ହେବା ନେଇ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା। ଖାଲି ପଦରେ  ୫ ଗୁଣା ମେନ୍ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା। ମାତ୍ର ସମସ୍ତଙ୍କୁ ମେନ୍ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଆସିଥିଲା।ଶେଷରେ ହେବାକୁ ଥିବା କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ପରୀକ୍ଷା ବାତିଲ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.